ଆବୁଜା,୧୧ା୨(ଆଇଏଏନ୍ଏସ୍): ନାଇଜେରିଆରେ ବୋର୍ନୋ ପ୍ରଦେଶରେ ବୋକୋ ହାରାମ ଆତଙ୍କବାଦୀଙ୍କ ଆକ୍ରମଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ କେତେଜଣ ମହିଳା ଓ ଶିଶୁଙ୍କୁ ଅପହରଣ କରିନେଇଥିବାବେଳେ ୧୮ଟି ଗାଡ଼ି ପୋଡିଦେଇଛନ୍ତି। ଆତଙ୍କବାଦୀମାନେ କଣ୍ଡୁଗାସ୍ଥିତ ଔନୋ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅନେକ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସମୟ ରବିବାର ରାତି ୧୦ଟାରେ ଏହି ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ଔନୋ ସମ୍ପଦାୟ ରହୁଥିବା ଅଞ୍ଚଳକୁ ଯାଇଥିବା ରାସ୍ତାକୁ ଅବରୋଧ କରିବା ପରେ ଚଢ଼ାଉ ଆରମ୍ଭ କରିଥିଲେ।