Categories: ଜାତୀୟ

ନାଇଟ୍‌ କ୍ଲବରେ ଗୋଟିଏ ରାତିରେ ୭ କୋଟି ଟଙ୍କା ଉଡାଇଛନ୍ତି କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ,୨୦।୧୦: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀ ଆମେରିକାର ଏକ ନାଇଟ୍‌ କ୍ଲବରେ ଗୋଟିଏ ରାତିରେ ପାଖାପାଖି ୧୧ ଲକ୍ଷ ଡଲାର ବା ୭.୮ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। ମନି ଲଣ୍ଡରିଂ ମାମଲାରେ ରତୁଲଙ୍କ ବିରୋଧରେ ଆସିଥିବା ଚାର୍ଜସିଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଏହା ଉଲ୍ଲେଖ କରିଛି। ଏଥିରେ ରତୁଲଙ୍କ ବ୍ୟତିତ ମୋଜର ବେୟର ଇଣ୍ଡିଆ( ପ୍ରାଇଭେଟ) ଲିମିଟେଡର ନାଁ ମଧ୍ୟ ରହିଛି। ଇଡିର ସୂଚନା ଅନୁଯାୟୀ, ପ୍ରୋଭୋକେଟର ନାମକ ଏକ ନାଇଟ୍‌ କ୍ଲବରେ ରତୁଲ ପାଖାପାଖି ୧୧ଲକ୍ଷ ୪୩ ହଜାର ୯୮୦ ଡଲାର ଅର୍ଥାତ୍‌ ପ୍ରାୟ ୭.୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

Share