ନାଇଟ୍‌ କ୍ଲବ୍‌ରେ ସଂସ୍କୃତ ଗୀତରେ ନାଚନ୍ତି ଲୋକେ…

ବୁଇନୋସ୍‌ ଆରିସ୍‌, ୧୬।୨: ନାଇଟ୍‌ କ୍ଲବ୍‌ରେ ହିନ୍ଦୀ ଅବା ଇଂଲିଶ୍‌ ଗୀତରେ ଲୋକେ ନାଚିଥାନ୍ତି। କିନ୍ତୁ ଆର୍ଜେଣ୍ଟିନାରେ ଥିବା ଏକ ନାଇଟ୍‌ କ୍ଲବ୍‌ରେ ଲୋକେ ସଂସ୍କୃତ ଗୀତରେ ନାଚିଥାନ୍ତି। ସ୍ଥାନୀୟ ବୁଇନୋସ୍‌ ଆରିସ୍‌ରେ ଥିବା ଗ୍ରୋବ୍‌ ନାଇଟ୍‌ କ୍ଲବ୍‌ରେ ଏଭଳି ହୋଇଥାଏ। ଏଠାରେ ଗଣେଶ ଶରଣମ୍‌, ଗୋବିନ୍ଦା-ଗୋବିନ୍ଦା, ଜୟ ଜୟ ରାଧା ରମଣ ଆଦି ଭକ୍ତି ସଙ୍ଗୀତର ତାଳେତାଳେ ଲୋକେ ନାଚିବା ଆରମ୍ଭ କରନ୍ତି। ଏଠାରେ ପ୍ରତି ଦିନ ୮୦୦ରୁ ହଜାରେ ଲୋକ ଯୋଗ ଦେଇଥାନ୍ତି। ଏହି କ୍ଲବ୍‌ରେ ଲୋକେ ମଦ୍ୟପାନ କରନ୍ତିନି କି ଧୂମ୍ରପାନ କରି ନ ଥାନ୍ତି। ଏଠାରେ କୌଣସି ଆମିଷ ଖାଦ୍ୟ ମଧ୍ୟ ମିଳେନା। ଲୋକେ ଫଳରସ ଏବଂ ସଫ୍ଟ ଡ୍ରିଙ୍କସ୍‌ ପିଇଥାନ୍ତି।

Share