ନାଇଟ୍‌ ପାଟ୍ରୋଲିଂ ମହିଳା ପୋଲିସକୁ ଭେଟିଲେ ରାଣୀ ମୁଖାର୍ଜୀ

ରାଣୀ ମୁଖାର୍ଜୀ ଫିଲ୍ମ ‘ମର୍ଦ୍ଦାନୀ-୨’ ପାଇଁ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଖାସ୍‌ ଏଥିପାଇଁ ସେ ଲଗାତାର ପୋଲିସ ଅଧିକାରୀଙ୍କ ସହିତ ମିଳାମିଶା କରୁଛନ୍ତି। କିପରି ଅପରାଧ ରୋକାଯାଇ ପାରିବ ସେ ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ରାଣୀ ଗୁରୁବାର ରାତିରେ ନାଇଟ୍‌ ପାଟ୍ରୋଲିଂ କରୁଥିବା ମୁମ୍ବାଇ ମହିଳା ପୋଲିସକୁ ଭେଟିଛନ୍ତି। ଏହି ସମୟର କିଛି ଫଟୋ ୟଶରାଜ ଫିଲ୍ମର ଟୁଇଟରରେ ଶେୟାର କରାଯାଇଛି।

ରାଣୀ ଟିମ୍‌ର ଲିଡର କଳ୍ପନା ସୁର୍‌ବସେଙ୍କୁ ଭେଟିବା ପରେ ଖୁସି ବ୍ୟକ୍ତ କରିଛନ୍ତି। କଳ୍ପନାଙ୍କୁ ଭେଟିବା ସମୟରେ ସେ କହିଛନ୍ତି ଅପରାଧୀଙ୍କୁ ଧରିବା ପାଇଁ କଡ଼ା ସୁରକ୍ଷା ଚାଲିଛି। ଅନ୍ୟପକ୍ଷରେ ରାଣୀ କହିଛନ୍ତି, ପୋଲିସ ଦିନରାତି ସୁରକ୍ଷା ଯୋଗାଉଥିବାରୁ ଆମେ ଶାନ୍ତିରେ ରହୁଛୁ। ମୁଁ ଆମ ଦେଶର ପୋଲିସକୁ ସଲାମ କରୁଛି ବୋଲି ରାଣୀ କହିଛନ୍ତି।

Share