Categories: ଫୁରସତ

ନାଗପଞ୍ଚମୀ: ନାଗଦେବତାଙ୍କ ପୂଜାରେ ଅବଲମ୍ବନ କରନ୍ତୁ ଏହିସବୁ ସାବଧାନତା

ଶ୍ରାବଣ ମାସରେ ଅନେକ ପର୍ବପର୍ବାଣି ପଡ଼ିଥାଏ। ଏହି ମାସ ଭଗବାନ ଶିବଙ୍କ ପ୍ରିୟ ହୋଇଥିବାରୁ ବିଶେଷକରି ତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହାସହିତ ମାସର ପଞ୍ଚମୀ ତିଥିରେ ନାଗ ଦେବତାଙ୍କୁ ମଧ୍ୟ ପୂଜା କରାଯାଏ। ଏହାକୁ ନାଗପଞ୍ଚମୀ ବୋଲି କୁହାଯାଏ। ତେବେ ନାଗପଞ୍ଚମୀ ବ୍ରତ କରିବା ଫଳରେ ଅନେକ ଶୁଭଫଳ ମିଳିଥାଏ। ତେବେ ନାଗଦେବତାଙ୍କୁ ପୂଜା କରିବା ସମୟରେ କିଛି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ:-

ଏହି ଦିନରେ ନାଗଦେବତାଙ୍କୁ ପୂଜା କରିବା ସହ ଭଉଣୀ ତା’ ଭାଇ ପାଇଁ ହାତରେ ମେହେନ୍ଦି ଲଗାଇଥାଏ। କାଳସର୍ପ ଦୋଷ ଥିବା ବ୍ୟକ୍ତି ଏହି ଦିନେରେ ରିଷ୍ଟ ଖଣ୍ଡନ ପାଇଁ ଧ୍ୟାନ ସହକାରେ ପୂଜା କରିବା ଉଚିତ।

ପୂଜା ବିଧି: ଏହି ଦିନ ପ୍ରଥମେ ମହାଦେବଙ୍କ ପୂଜା କରିବା ପରେ ତାଙ୍କୁ କ୍ଷୀର ଓ ଭୋଗ ଲାଗି କରିବା ଉଚିତ।

ସାବଧାନତା:
ଶିବଙ୍କ ବିନା ନାଗପୂଜା କରିବା ଉଚିତ ହୋଇ ନ ଥାଏ। ତେଣୁ ପ୍ରଥମେ ମହାଦେବ ଶଙ୍କର ପରେ ନାଗଦେବତାଙ୍କୁ ପୂଜା କରିବା ଉଚିତ। ନାଗପଞ୍ଚମୀରେ ଭୂମି ଖୋଳିବା ଓ ଘାସ କାଟିବା ଅନୁଚିତ।

Share