Categories: ଜାତୀୟ

ନାଗରିକତା ଆଇନ ନେଇ କଂଗ୍ରେସର ଦୋମୁହାଁ ନୀତି : ମନମୋହନଙ୍କ ୧୬ ବର୍ଷ ତଳର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୧୨: ନାଗରିକତା ଆଇନ ନେଇ କଂଗ୍ରେସର ଦୋମୁହାଁ ନୀତିକୁ ଭାଜପା ପକ୍ଷରୁ ପର୍ଦ୍ଦାଫାଶ୍‌ କରାଯାଇଛି। ଏନେଇ ରାଜ୍ୟସଭାର ୧୬ ବର୍ଷ ତଳର ଏକ ଭିଡ଼ିଓକୁ ଭାଜପା ଆଇଟି ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ ଟୁଇଟରରେ ଶେୟାର କରିଛନ୍ତି। କଂଗ୍ରେସ ଏବେ ଏହି ଆଇନକୁ ବିରୋଧ କରୁଛି। ତେବେ ୧୬ ବର୍ଷ ତଳେ ୨୦୦୩ ଡିସେମ୍ବର ୧୮ରେ ମନମୋହନ ସିଂ ରାଜ୍ୟ ସଭାରେ ତତ୍‌କାଳୀନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଓ୍ବାଣୀଙ୍କୁ ବାଂଲାଦେଶରୁ ନିର୍ଯାତିତ ହୋଇ ଭାରତକୁ ଆସିଥିବା ଅଳ୍ପସଂଖ୍ୟକ ଶରଣାର୍ଥୀଙ୍କ ଥଇଥାନ ଏବଂ ଭାରତୀୟ ନାଗରିକତା ପ୍ରଦାନ ଉପରେ ପ୍ରଶ୍ନ କରିଥିଲେ। ଏହା ଭାରତ ସରକାରଙ୍କ ନୈତିକ ଦାୟିତ୍ୱ ବୋଲି ମନମୋହନ କହିଥିଲେ। ଏହାର ଉତ୍ତରରେ ଆଡଓ୍ବାଣୀ କହିଥିଲେ ଯେ, ମୁଁ ଆପଣଙ୍କ ପ୍ରସ୍ତାବରେ ସହମତ। ଏନେଇ ରାଜ୍ୟସଭାର ତତ୍‌କାଳୀନ ଉପାଧ୍ୟକ୍ଷା ନଜ୍‌ମା ହେପତୁଲ୍ଲା ପାକିସ୍ତାନରୁ ନିର୍ଯାତିତ ହୋଇ ଆସିଥିବା ଶରଣାର୍ଥୀଙ୍କ ସମ୍ପର୍କରେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତାଥିବା କହିଥିଲେ। ଏବେ ଏକ ମିନିଟ୍‌ ୮ ସେକେଣ୍ଡର ଏହି ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share