ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଲଣ୍ଡନରେ ବିରୋଧ ପ୍ରଦର୍ଶନ

ଲଣ୍ଡନ,୧୫।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆସାମ, ତ୍ରିପୁରା, ନାଗାଲାଣ୍ଡ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଏହାକୁ ନେଇ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଏହି ନାଗରିକତା ସଂଶୋଧନ ଆଇନକୁ ନେଇ ବିଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିବା ଖବର ମିଳିଛି। ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ଆସାମର ମୂଳ ବାସିନ୍ଦା ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରଦର୍ଶନ କରିଛନ୍ତି। ସେମାନେ କହିଛନ୍ତି ଏହି ଆଇନ ଧାର୍ମିକ ଭେଦଭାବ ସୃଷ୍ଟି କରିବ। ଏହଦ୍ୱାରା ଆସାମର ସଂସ୍କୃତି ଓ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ମଧ୍ୟ ପଡିବ।

Share