ନାଗରିକତା ସଂଶୋଧନ ଆଇନ ନେଇ ମୁହଁ ଖୋଲିଲା ଆମେରିକା: ଅଳ୍ପସଂଖ୍ୟକଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ଭାରତ ସରକାର

ଓ୍ବାଶିଂଟନ,୧୭।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶରେ ହିଂସା ଦେଖାଦେଇଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। ଆମେରିକା ଏବଂ ଭାରତ ସବୁବେଳେ ଧାର୍ମିକ ସ୍ବତନ୍ତ୍ରତାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏହା ଦୁଇ ଦେଶର ମୌଳିକ ସିଦ୍ଧାନ୍ତ। ତେଣୁ ଭାରତ ସରକାର ସମ୍ବିଧାନ ଅନ୍ତର୍ଗତ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ଅଳ୍ପସଂଖ୍ୟକଙ୍କ ଅଧିକାରକୁ ସୁରକ୍ଷା ଦେବା ଆବଶ୍ୟକ। ଏସମ୍ପର୍କରେ ଆମେରିକା ବହିର୍ବ୍ୟାପାର ବିଭାଗ ପକ୍ଷରୁ ଏଭଳି କୁହାଯାଇଛି। ତେବେ ଏହାକୁ ନେଇ ଭାରତରେ ଜାରି ରହିଥିବା ହିଂସାକୁ ଆମେରିକା ନା ପସନ୍ଦ କରିଛି। ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ବିରୋଧକୁ ସମ୍ମାନ ଦିଆଯିବା ଆବଶ୍ୟକ। ଏପରିସ୍ଥଳେ ସାଧାରଣ ଲୋକେ ହିଂସକ ପ୍ରଦର୍ଶନଠାରୁ ଦୂରେଇ ରହିବା ଉଚିତ ବୋଲି ଆମେରିକା କହିଛି।

Share