Categories: ଜାତୀୟ

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ପୂର୍ବଭାରତରେ ବିରୋଧ ପ୍ରଦର୍ଶନ

ଗୁଆହାଟି,୯।୧୨: ଆସାମ ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଲଗାତାର ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି। ରବିବାର ଅଲ୍‌ ଆସାମ ମଟକ ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଶିବସାଗର ରାସ୍ତାରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ କିଛି ଆନ୍ଦୋଳନକାରୀ ନିଆରା ଭାବେ ବିକ୍ଷୋଭ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲଙ୍କ ଚବୁଆସ୍ଥିତ ବାସଭବନ ଓ ଗୁଆହାଟିରେ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଘର ବାହାରେ ସିଏବି ବିରୋଧୀ ପୋଷ୍ଟର ଲଗାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହ ଅଲ୍‌ ଆସାମ ଷ୍ଟୁଡେଣ୍ଟ ୟୁନିୟନ(ଆସୁ) ମଧ୍ୟ ନିଜ ମୁଖ୍ୟାଳୟରେ ମଶାଲ ଜଳାଇ ଗୁଆହାଟି ରାସ୍ତାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ତେବେ ବିଲ୍‌କୁ ବିରୋଧ କରି ବାମପନ୍ଥୀ ଚିନ୍ତାଧାରା ରଖୁଥିବା ପ୍ରାୟ ୧୬ ସଂଗଠନ ପକ୍ଷରୁ ଡିସେମ୍ବର ୧୦ରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାକୁ ବିଭିନ୍ନ ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ତି।

Share