Categories: ଜାତୀୟ

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ:ଗୁଆହାଟୀ-ଦିବ୍ରୁଗଡରେ ବାତିଲ ହେଲା ପରୀକ୍ଷା

ଗୁଆହାଟୀ,୧୦।୧୨: ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହୋଇଯାଇଛି। ହେଲେ ଏହି ବିଲ୍‌କୁ ଆସାମରେ ବିରୋଧ କରାଯାଉଛି। ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ୍‌(ଏନ୍‌ଇଏସ୍‌ଓ) ଓ ଅଲ୍‌ ଆସାମ ଷ୍ଟୁଡେଣ୍ଟ ୟୁନିୟନ(ଏଏଏସ୍‌ୟୁ) ପକ୍ଷରୁ ମଙ୍ଗଳବାର ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁ ଗୁଆହାଟୀ, ଦିବ୍ରୁଗଡ ଓ କଟନ୍‌ ୟୁନିଭର୍ସିଟିର ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ଏଥିସହ ସହରର ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏନ୍‌ଇଏସ୍‌ଓର ଏହି ଆନ୍ଦୋଳନକୁ କେତେକ ସଂଗଠନ ଓ ରାଜନୈତିକ ଦଳ ନିଜର ସମର୍ଥନ ଜଣାଇଛନ୍ତି।

Share