ପାଟନା,୧୦।୧୨: ନାଗରିକତା ସଂଶୋଧନ ବିଲ୍ ସୋମବାର ରାତିରେ ଲୋକ ସଭାରେ ଗୃହୀତ ହେବା ପରେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଏହି ବିଲ୍କୁ ନେଇ ବିହାରର ଜେଡି(ୟୁ)ରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। କାରଣ ଦଳ ଏହି ବିଲ୍କୁ ସମର୍ଥନ ଜଣାଉଥିବା ବେଳେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଶାନ୍ତ କିଶୋର ଏହାକୁ ବିରୋଧ କରୁଛନ୍ତି। ପ୍ରଶାନ୍ତ କହିଛନ୍ତି ଏହି ବିଲ୍ ଲୋକଙ୍କ ମଧ୍ୟରେ ଧର୍ମ ଆଧାରରେ ଭେଦଭାବ ସୃଷ୍ଟି କରିବ। ସୋମବାର ବିଳିମ୍ବିତ ରାତିରେ ଏହା ଗୃହୀତ ହେବା ପରେ ଏହାକୁ ନେଇ ପ୍ରଶାନ୍ତ କିଶୋର ଟୁଇଟ୍ କରିଥିଲେ। ସେ ଲେଖିଥିଲେ ଏହି ବିଲ୍ ସହ ସମ୍ବିଧାନ ମେଳ ଖାଉନାହିଁ। ତେଣୁ ଜେଡିୟୁ ଏହାକୁ ସମର୍ଥନ କରୁଥିବାରୁ ମୋତେ ନିରାଶ ହେବାକୁ ପଡିଛି। ଏହାକୁ ଦେଖିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି କି ଜେଡିୟୁରେ ଫାଟ ସୃଷ୍ଟି ହୋଇଛି।