ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିଚଳିତ ପାକିସ୍ତାନ

ଇସ୍‌ଲାମାବାଦ,୧୦।୧୨: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ଯେଉଁଭଳି ଭାବେ ବିଳିବିଳାଉ ଥିଲା ଏବେ ପୁଣିଥରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିଚଳିତ ହୋଇ ପଡିଛି ପାକିସ୍ତାନ। ସୋମବାର ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବା ପରେ ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି ନାଗରିକତା ସଂଶୋଧନ ବିଲ୍‌ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଆଇନର ଉଲ୍ଲଂଘନ କରୁଛି। ଏହାସହ ଆର୍‌ଏସ୍‌ଏସ୍‌ ହିନ୍ଦୁ ରାଷ୍ଟ୍ର ପାଇଁ ଆଉ ଗୋଟିଏ ପାଦ ଆଗେଇ ଯାଇଛି। ଇମ୍ରାନ ନାଗରିକତା ସଂଶୋଧନ ବିଲ୍‌କୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି। ଏହା ପାକିସ୍ତାନ ସହ ହୋଇଥିବା ଦ୍ୱିପାକ୍ଷିକ ସନ୍ଧିକୁ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି।

Share