Categories: ଜାତୀୟ

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ: ହଜାରେରୁ ଅଧିକ ବୈଜ୍ଞାନିକ-ବୁଦ୍ଧିଜୀବୀ କଲେ ସ୍ବାକ୍ଷର

ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଦେଶର ହଜାରେରୁ ଅଧିକ ବୈଜ୍ଞାନିକ-ବୁଦ୍ଧିଜୀବୀ ସ୍ବାକ୍ଷର କରିଛନ୍ତି। ଏହା ଦ୍ୱାରା ଦେଶର ସମ୍ବିଧାନର ମୂଳ ସ୍ବରୂପ ହଜି ଯିବାର ଆଶଙ୍କା ଥିବା ସେମାନେ କହିଛନ୍ତି। ଭାରତୀୟ ସମ୍ବିଧାନ ସବୁବେଳେ ଧର୍ମ ନିରପେକ୍ଷତାକୁ ଗୁରୁତ୍ୱ ଦେଇଥାଏ। ତେବେ ନାଗରିକତା ସଂଶୋଧନ ବିଲ୍‌ ଦ୍ୱାରା ଏହା ବ୍ୟାହତ ହେବାର ଆଶଙ୍କା ରହିଛି। ସମ୍ବିଧାନର ଅନୁଚ୍ଛେଦ ୧୪ ଅନୁସାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସଭିଏଁ ଆଇନ ଆଗରେ ସମାନ। ତେବେ ନାଗରିକତା ସଂଶୋଧନ ବିଲ୍‌ ଏହା ବିରୋଧରେ କାର୍ଯ୍ୟ କରିବ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Share