Categories: ଜାତୀୟ

ନାଗରିକତା ସଂଶୋଧନ ବିଲ୍‌ ନେଇ ହିଂସା: ଦିବ୍ରୁଗଡ଼ରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠି ଚାଳନା

ଦିବ୍ରୁଗଡ଼, ୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ଆସାମରେ ହିଂସାକାଣ୍ଡ ଜାରି ରହିଛି। ବୁଧବାର ଉତ୍ୟକ୍ତ ବିକ୍ଷୋଭକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିବାକୁ ବିକ୍ଷୋଭକାରୀଙ୍କୁ ପୋଲିସ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ତେବେ ବିକ୍ଷୋଭକାରୀମାନେ ଏକ ଆମ୍ବୁଲାନ୍ସ୍‌କୁ ଯିବାକୁ ବାଟ ନ ଛାଡିବାରୁ ବାଧ୍ୟ ହୋଇ ପୋଲିସ ପକ୍ଷରୁ ଏପରି କରାଯାଇଥିବା କୁହାଯାଉଛି।

Share