Categories: ଜାତୀୟ

ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ: ମୁସଲିମ୍‌ ଲିଗ୍‌ ପକ୍ଷରୁ ଲଢ଼ିବେ ସିିବଲ୍‌

ନୂଆଦିଲ୍ଲୀ,୧୨।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକ ସଭା ଏବଂ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହାକୁ ବିରୋଧ କରି ଗୁରୁବାର ସୁପ୍ରିମକୋର୍ଟରେ ଇଣ୍ଡିଆନ୍‌ ୟୁନିୟନ ମୁସଲିମ୍‌ ଲିଗ୍‌ ପକ୍ଷରୁ ଆବେଦନ ଦାଖଲ କରାଯାଇଛି। ମୁସଲିମ୍‌ ଳିଗ୍‌ ପକ୍ଷରୁ କପିଲ୍‌ ସିବଲ୍‌ ଏହି ମାମଲା ଲଢ଼ିବେ। ନାଗରିକତା ସଂଶୋଧନ ବିଲ୍‌ ଦ୍ୱାରା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ହୋଇଥିବା ଆବେଦନରେ ଦର୍ଶାଯାଇଛି। ଏହା ଦ୍ୱାରା ସମ୍ବିଧାନର ମୂଳ ସ୍ବରୂପ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ତେଣୁ ଏହାକୁ ରଦ୍ଦ କରିବାକୁ ଆବେଦନରେ ଦର୍ଶାଯାଇଛି। ଧର୍ମ ଆଧାରରେ ବର୍ଗୀକରଣ ସମ୍ବିଧାନ ସିଦ୍ଧାନ୍ତର ବିରୁଦ୍ଧ ବୋଲି ଏଥିରେ କୁହାଯାଇଛି।

Share