Categories: ଜାତୀୟ

ନାଗରିକତା ସଂଶୋଧନ ବିଲ୍‌: ମୋଦିଙ୍କ କ୍ୟାବିନେଟ୍‌ରେ ମିଳିଲା ମଞ୍ଜୁରୀ; ସଂସଦରେ ହେବ ଉପସ୍ଥାପିତ

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ବୁଧବାର ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ। ସଂସଦ ଭବନରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ବିଲ୍‌ ଉପରେ ଆଲୋଚନା ପରେ ଉପସ୍ଥିତ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ। ନାଗରିକତା ଅଧିନିୟମ ୧୯୫୫ରେ କେତେକ ପରିବର୍ତ୍ତନ ଅଣାଯିବାର ଯୋଜନା ରହିଛି। ଏହାଦ୍ୱାରା ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍‌ ପ୍ରଭୃତି ଶରଣାର୍ଥୀଙ୍କ ପାଇଁ ଭାରତୀୟ ନାଗରିକତା ହାସଲ କରିବା ସହଜ ହେବ ବୋଲି କୁହାଯାଉଛି।

Share