Categories: ଜାତୀୟ

ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ଆଗତ

ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍‌କୁ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରିଛନ୍ତି। ଗୃହରେ ଉପସ୍ଥିତ ଥିବା ୩୭୫ ସଦସ୍ୟଙ୍କ ମଧ୍ୟରୁ ଆଗତ ସପକ୍ଷରେ ୨୯୩ ଭୋଟ ପଡ଼ିଥିବାବେଳେ ବିରୋଧରେ ୮୨ ଭୋଟ ପଡ଼ିଥିଲା। ବିଲ୍‌ ଉପରେ ମଙ୍ଗଳବାର ଆଲୋଚନା ହେବ। ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ ଜାରି ରହିଛି। ନାଗରିକତା ସଂଶୋଧନ ବିଲ୍‌ରେ ୧୯୫୫ ନାଗରିକତା ଅଧିନିୟମରେ କେତେକ ପରିବର୍ତ୍ତନ ଅଣାଯିବାର ଯୋଜନା ରହିଛି। ଏହାଦ୍ୱାରା ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍‌ ପ୍ରଭୃତି ଶରଣାର୍ଥୀଙ୍କ ପାଇଁ ଭାରତୀୟ ନାଗରିକତା ହାସଲ କରିବା ସହଜ ହୋଇପାରିବ ବୋଲି କୁହାଯାଉଛି। ଭାଜପା ପକ୍ଷରୁ ଏହାର ସମସ୍ତ ସଦସ୍ୟଙ୍କ ପାଇଁ ଏହି ବିଲ୍‌ ନେଇ ହ୍ବିପ୍‌ ଜାରି କରାଯାଇଛି।

Share