Categories: ଜାତୀୟ

ନାଗରିକତ୍ୱ ପାଇଁ ଦେବାକୁ ପଡ଼ିବ ଧର୍ମର ପ୍ରମାଣ

ନୂଆଦିଲ୍ଲୀ,୨୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଅନ୍ତର୍ଗତ ଏବେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ଲାଗି ଧର୍ମର ପ୍ରମାଣ ଦେବାକୁ ପଡ଼ିବ। ଏସବୁ ଦେଶରୁ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆସିଥିବା ହିନ୍ଦୁ, ଶିଖ୍‌, ଖ୍ରୀଷ୍ଟିଆନ୍‌, ବୌଦ୍ଧ, ଜୈନ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ଏହି ପ୍ରମାଣ ଦେବାକୁ ପଡ଼ିବ। ଆସାମରେ ୩ ମାସ ମଧ୍ୟରେ ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପାଇଁ ଏନେଇ ଆବେଦନ କରିବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Share