Categories: ଜାତୀୟ

ନାଗରିକତ୍ୱ ପ୍ରମାଣ ଲୋଡୁଥିବା ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ପାଖରେ ବି ନାହିଁ ନିଜର ଶିକ୍ଷା ଡିଗ୍ରୀର ପ୍ରମାଣ: ସୀତାରାମ ୟେଚୁରୀ

ନୂଆଦିଲ୍ଲୀ,୨।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ନେଇ ସିପିଆଇ ମହାସଚିବ ସୀତାରାମ ୟେଚୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନାଗରିକତ୍ୱ ପ୍ରମାଣପତ୍ର ସ୍ବରୂପ ପ୍ରଧାନମନ୍ତ୍ରୀଙ୍କ ସହିତ ଅନ୍ୟ ମନ୍ତ୍ରୀମାନଙ୍କ ପାଖରେ ମଧ୍ୟ ସେମାନଙ୍କର ଶିକ୍ଷା ଡିଗ୍ରୀ ପ୍ରମାଣ ପତ୍ର ନାହିଁ ବୋଲି ସେ କହିଛନ୍ତି। ମାତ୍ର ସାଧାରଣ ଲୋକଙ୍କୁ ସେମାନଙ୍କର ନାଗରିକତ୍ୱ ସାବ୍ୟସ୍ତ କରିବା ଲାଗି ପ୍ରମାଣ ପତ୍ର ଲୋଡା ଯାଉଛି। ଏହାଦ୍ୱାରା କେବଳ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିବା ୟେଚୁରୀ ଅଭିଯୋଗ କରିଛନ୍ତି।

Share