Categories: ଜାତୀୟ

ନାଗରିକତ୍ୱ ବିଲ୍‌କୁ ନେଇ ଆସାମ, ତ୍ରିପୁରାରେ ବିରୋଧ ପ୍ରଦର୍ଶନ ଜାରି: ରଣଜୀ ଟ୍ରଫି ବାତିଲ

ଗୁଆହାଟି,୧୨।୧୨: ନାଗରିକତ୍ୱ(ସଂଶୋଧନ) ବିଲ୍‌ (ସିଏବି)କୁ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଜୋରଦାର ବିରୋଧ କରାଯାଉଛି। ସବୁଠାରୁ ଅଧିକ ବିରୋଧ ଆସାମରେ ଦେଖିବାକୁ ମିଳିଛି। ଏଠାରେ ଶହ ଶହ ଲୋକ ରାଜରାସ୍ତାକୁ ଓହ୍ଲାଇ ପୋଡାଜଳା ଓ ବିକ୍ଷୋଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସମକୁ ବିମାନ ସେବା ରଦ୍ଦ କରାଯାଇଛି। ଆସାମ ଏବଂ ତ୍ରିପୁରାରେ ଆୟୋଜିତ ହେବାକୁ ଥିବା ରଣଜୀ ଟ୍ରଫି ମ୍ୟାଚ୍‌ ମଧ୍ୟ ବନ୍ଦ କରିଦିଆଯାଇଛି। ଆସାମର ଦିବ୍ରୁଗଡରେ ଏହାକୁ ନେଇ ବ୍ୟାପକ ହିଂସାକାଣ୍ଡ ଘଟିବାରୁ ଏବେ ସେଠାରେ କର୍ଫ୍ୟୁ ଜାରି କରାଯାଇଛି। ଆନ୍ଦୋଳନକାରୀମାନେ ହିଂସାକାଣ୍ଡ ଘଟାଇବାରୁ ପୁଲିସ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ତେବେ ସ୍ଥିତି ଅଣାୟାତ୍ତ ହେବାରୁ ସ୍ଥାନୀୟ ପୁଲିସ୍କୁ ସହଯୋଗ କରିବା ପାଇଁ ଆର୍ମିକୁ ମୁତୟନ କରାଯାଇଛି। ସିଏବିକୁ ବିରୋଧ କରି ଗୌହାଟୀରେ ଥିବା ପ୍ରାୟ ସମସ୍ତ କଲେଜର ହଜାର ହଜାର ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ହଜାର ହଜାର ଛାତ୍ରଛାତ୍ରୀ ଗୌହାଟୀ-ଶିଲଂ ରାସ୍ତାରେ ବିକ୍ଷୋଭ କରିବାରୁ ଯାତାୟାତ ଏକ ପ୍ରକାରର ବନ୍ଦ ହୋଇଯାଇଥିଲା।

Share