Posted inଜାତୀୟ

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ: ପଶ୍ଚିମବଙ୍ଗକୁ ବ୍ୟାପିଲା ନିଆଁ

ଗୁଆହାଟୀ/ନୂଆଦିଲ୍ଲୀ/କୋଲକାତା, ୧୪ା୧୨(ପି.ଟି./ଆଇଏଏନ୍‌ଏସ୍‌): ନୂଆ ନାଗରିକତ୍ୱ ଆଇନକୁ ନେଇ ଉତ୍ତର-ପୂର୍ବାଞ୍ଚଳରେ ଚାଲିଥିବା ଆନ୍ଦୋଳନର ନିଆଁ ଶୁକ୍ରବାର ପଶ୍ଚିମବଙ୍ଗକୁ ବ୍ୟାପିଛି। ଆସାମ, ତ୍ରିପୁରା, ମଣିପୁର, ସିକିମ, ମେଘାଳୟ ଓ ତ୍ରିପୁରାରେ ସ୍ଥିତି ସାମାନ୍ୟ ସୁଧୁରିଥିବାବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଏବଂ ପୋଡ଼ାଜଳା ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ କେତେକ ରେଳଷ୍ଟେଶନରେ ଭଙ୍ଗାରୁଜା କରିଛନ୍ତି। ସେପଟେ ଏହି ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ପକ୍ଷରୁ ଦାଏର ପିଟିଶନ ସଂଖ୍ୟା ବଢ଼ିବାରେ ଲାଗିଛି। ବିକ୍ଷୋଭକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଗସ୍ତକୁ ବାତିଲ କରିଦେଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାଗରିକତ୍ୱ ସଂଶୋଧନ ବିଲ୍‌ରେ ସ୍ବାକ୍ଷର କରିବା ପରେ ଏହା ଆଇନରେ ପରିଣତ ହୋଇଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଜଳୁଥିବାବେଳେ ରାଷ୍ଟ୍ରପତି ଉକ୍ତ ବିଲ୍‌କୁ ଅନୁମୋଦନ ଦେବା ଦୁର୍ଭାଗ୍ୟଜନକ ବୋଲି ଆସାମ ରାଜଧାନୀ ଗୁଆହାଟୀରେ ଗଣବିକ୍ଷୋଭ କରାଯାଇଛି। ଅଲ୍‌ ଆସାମ ଷ୍ଟୁଡେଣ୍ଟ ୟୁନିୟନ୍‌ (ଏଏଏସ୍‌ୟୁ) ପକ୍ଷରୁ ଦିଆଯାଇଥିବା ଅନଶନ ଡାକରାରେ ଛାତ୍ରୀଛାତ୍ର, ବରିଷ୍ଠ ନାଗରିକ, କଳାକାର ଓ ଶିକ୍ଷକମାନେ କର୍ଫ୍ୟୁକୁ ଅମାନ୍ୟ କରି ସାମିଲ ହୋଇଛନ୍ତି। ସେମାନେ ନୂଆ ଆଇନକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ କହିଛନ୍ତି, ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି। ଏଥିରେ କଂଗ୍ରେସ, ବାମପନ୍ଥୀ ଓ କେତେକ ସାମ୍ପ୍ରଦାୟିକ ଶକ୍ତି ସାମିଲ ଅଛନ୍ତି। ହିଂସାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସିବିଏ ବିରୋଧୀ ଆନ୍ଦୋଳନ ପଶ୍ଚିମବଙ୍ଗରେ ପହଞ୍ଚତ୍ଛି। ସଂଖ୍ୟାଲଘୁ ସମ୍ପ୍ରଦାୟର ଆନ୍ଦୋଳନକାରୀମାନେ ଅପରାହ୍ନ ୩ଟା ୨୨ରେ ରେଳପଥ ଅବରୋଧ କରିଥିଲେ। ଫଳରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ହାଓଡା ଜିଲାର ଉଲୁବେରିଆ ଷ୍ଟେଶନରେ ସେମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେମାନଙ୍କ ଆକ୍ରମଣରେ ଜଣେ ଟ୍ରେନ୍‌ ଡ୍ରାଇଭର ଆହତ ହୋଇଛନ୍ତି। ସେହିପରି ମୁର୍ଶିଦାବାଦ ଜିଲାର ଏକ ଷ୍ଟେଶନ କମ୍ପ୍ଲେକ୍ସରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ହମ୍‌ସଫର ଏକ୍ସପ୍ରେସ୍‌କୁ ମଧ୍ୟ ଆନ୍ଦୋଳନକାରୀ ଟାର୍ଗେଟ କରିଥିବା ସାଉଥ୍‌ ଇଷ୍ଟର୍ନ ରେଲଓ୍ବେ ମୁଖପାତ୍ର ସଞ୍ଜୟ ଘୋଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri