ନାଗରିକତ୍ୱ ସଂଶୋଧନ ବିଧେୟକକୁ ସମର୍ଥନ କଲା ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ ହୋଇଛି। ପୂର୍ବାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଧେୟକ ଆଗତ କରିଛନ୍ତି। ଏହି ବିଧେୟକକୁ ସମର୍ଥନ ଦେଇଛି ବିଜେଡି। ଗୃହରେ ବିଧେୟକକୁ ଗୃହୀତ କରିବା ପାଇଁ ଭାଜପା ପକ୍ଷରୁ ଉଭୟ ସଦନରେ ବିଭିନ୍ନ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲା। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ବିଜେଡି ନାଗରିକତ୍ୱ ସଂଶୋଧନ ବିଧେୟକକୁ ସମର୍ଥନ କରିଛି। ସୂଚନାଯୋଗ୍ୟ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣମୁସଲମାନ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ ଏହି ବିଧେୟକରେ ପ୍ରସ୍ତାବ ରହିଛି। ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତକୁ ପ୍ରବେଶ କରିଥିବା ଏବଂ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଭାରତର ନାଗରିକତ୍ୱ ପାଇବାକୁ ଯୋଗ୍ୟ ହେବେ।

Share