Categories: ଜାତୀୟ

ନାଗରିକତ୍ୱ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୧୩।୧୨(ପି.ଟି.): ବିବାଦୀୟ ନାଗରିକତ୍ୱ (ସଂଶୋଧନ) ବିଲ୍‌, ୨୦୧୯କୁ ଗୁରୁବାର ମଧ୍ୟରାତ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ଏଥିସହ ଏହି ବିଲ୍‌ ଆଇନରେ ପରିଣତ ହୋଇଛି। ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଇନ କାର୍ଯ୍ୟକାରୀ ହୋଇଛି। ଉକ୍ତ ଆଇନ ଅନୁଯାୟୀ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତ ପଳାଇଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନମାନଙ୍କୁ ଆଉ ବେଆଇନ ଶରଣାର୍ଥୀ ଭାବେ ବିବେଚନା କରାଯିବ ନାହିଁ। ପଡୋଶୀ ଦେଶଗୁଡ଼ିକର ଏହି ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ପ୍ରକାଶ ଯେ, ସିଏବି ଲୋକ ସଭାରେ ସୋମବାର ଗୃହୀତ ହୋଇଥିବାବେଳେ ବୁଧବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଥିଲା। ତେବେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିବାରୁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଧର୍ମ ଆଧାରରେ ନାଗରିକତ୍ୱ ପ୍ରଦାନ କରୁଥିବା କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି।

Share