ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ସଭା

ଖୋର୍ଦ୍ଧା ଅଫିସ,୯ା୧: ଗଡମାଣତୀରର ରାମଚଣ୍ଡୀଙ୍କ ପୀଠରେ ଭାଜପାର ଦକ୍ଷିଣ ବେଗୁନିଆ ପକ୍ଷରୁ ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ମଣ୍ଡଳସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଯଜ୍ଞେଶ୍ୱର ସୁନ୍ଦରରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୋ-ଅର୍ଡିନେଟର ରଘୁନାଥ ଷଡଙ୍ଗୀ ଯୋଗ ଦେଇ ନାଗରିକ ସଂଶୋଧନ ବିଲ୍‌ ସପକ୍ଷରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରି ଟିପ୍ପଣୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ପାଟଶାଣୀ, ଲଳିତ ହରିଚନ୍ଦନ, ଶୁକଦେବ ଜୟସିଂ, ସଦାଶିବ ସୁନ୍ଦରରାୟ, ବ୍ରଜ ସମାନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

Share