Categories: ଖେଳ

ନାଗାଲଙ୍କ ଭବିଷ୍ୟତ ଉଜ୍ଜ୍ୱଳ: ଫେଡରର

ନ୍ୟୁୟର୍କ,୨୮।୮(ପି.ଟି.)- ୟୁଏସ୍‌ ଓପନ ପ୍ରଥମ ରାଉଣ୍ଡର ପ୍ରଥମ ସେଟ୍‌ରେ ଝଟ୍‌କା ଦେଇଥିବା ସୁମିତ୍‌ ନାଗାଲଙ୍କୁ ଅଭିଜ୍ଞ ରୋଜର ଫେଡରର ପ୍ରଶଂସା କରିଛନ୍ତି। ନାଗାଲଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି। ନାଗାଲଙ୍କଠାରୁ ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ମ୍ୟାଚ ଜିତିବା ପାଇଁ ଫେଡରରଙ୍କୁ ୨ ଘଣ୍ଟ ୫୦ ମିନିଟ୍‌ ସମୟ ଆବଶ୍ୟକ ହୋଇଥିଲା। ନାଗାଲ ନିଜ ଦକ୍ଷତା ଓ ପ୍ରତିଭା ନେଇ ବେଶ୍‌ ଭଲଭାବେ ଅବଗତ ଅଛନ୍ତି। ସେ କ’ଣ ଖେଳିପାରିବେ ସେ ନିଜେ ମଧ୍ୟ ଜାଣନ୍ତି। ତାଙ୍କ ପ୍ରଦର୍ଶନରେ ସ୍ଥିରତା ରହିଛି। ତେଣୁ ନାଗାଲ ଜଣେ ଭଲ ଟେନିସ୍‌ ଖେଳାଳି ହୋଇ ବାହାରିବେ। ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି ବୋଲି ମ୍ୟାଚ୍‌ପରେ ଫେଡେରର କହିଛନ୍ତି। ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଡେବ୍ୟୁ କରି ହଠାତ୍‌ ଭଲ ଖେଳିବା ସେତେଟା ସହଜ ନୁହଁ। ତେଣୁ ନାଗାଲଙ୍କ ପ୍ରଦର୍ଶନ ଆଶାଠାରୁ ଭଲ ହୋଇଛି। ତେବେ ସେ ଜଣେ କ୍ଲେ- କୋର୍ଟ ସ୍ପେଶାଲିଷ୍ଟ ଭଳି ମନେ ହେଉଛନ୍ତି ବୋଲି ୩୮ ବର୍ଷୀୟ ଫେଡରର କହିଛନ୍ତି। କୋର୍ଟରେ ସ୍ଥିରତା ରଖିବା ସହ ସବୁ ଦିଗକୁ ଗତି କରିବାରେ ସେ ସଫଳ ହୋଇଛନ୍ତି। କୋ-କୋର୍ଟ ଉପରେ ନାଗାଲଙ୍କ ପ୍ରଦର୍ଶନ ଅଧିକ ଭଲ ରହିବ ସେ ପୂର୍ବାନୁମାନ କରିଛନ୍ତି। ଉଲ୍ଲେଖଥାଉ କି, କ୍ୱାଲିଫାଇଙ୍ଗ ରାଉଣ୍ଡରେ ଭଲ ଖେଳି ନାଗାଲ ୟୁଏସ୍‌ ଓପନ୍‌ ମୁଖ୍ୟ ଡ୍ର’ରେ ସାମିଲ ହୋଇଥିଲେ।

Share