Categories: ଜାତୀୟ

ନାଗାଲାଣ୍ଡ ବିଧାନସଭା ବାଚସ୍ପତିଙ୍କ ଦେହାନ୍ତ

କୋହିମା,୩୧ା୧୨(ପି.ଟି.): ନାଗାଲାଣ୍ଡ ବିଧାନସଭାର ବାଚସ୍ପତି ଭିଖୋ ହୋସୁଙ୍କ ସୋମବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଫୁସ୍‌ଫୁସଜନିତ କର୍କଟ ରୋଗରେ ପୀଡ଼ିତ ଥିଲେ। ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟିର ଜଣେ ଟାଣୁଆ ନେତା ଭାବେ ସେ ଜଣାଶୁଣା ଥିଲେ। ୩ ଥର ରାଜ୍ୟ ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ। ଏବେ ତାଙ୍କ ଧର୍ମପତ୍ନୀଙ୍କ ସହ ୧୦ ସନ୍ତାନ ଅଛନ୍ତି। ମଙ୍ଗଳବାର ତାଙ୍କ ମରଶରୀର ନାଗାଲାଣ୍ଡରେ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ।

Share