ନାଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି

ୱେଲିଂଟନ,୯।୬: ନ୍ୟୁଜିଲାଣ୍ଡରୁ ଏକ ସୁଖଦ ଖବର ଆସିଛି। ଏହି ଦେଶ ଏବେ ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା କରାଯାଇଛି। ଏଠାରେ ଚିକିତ୍ସାଧୀନ ଥିବା ଶେଷ କରୋନା ରୋଗୀ ଏବେ ସୁସ୍ଥ ଘରକୁ ଫେରିଥିବାବେଳେ ୧୭ ଦିନ ହେବ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଏହି ଖୁସିରେ ଦେଶରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି। ଖୋଦ ଦେଶର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ଏହି ସେଲିବ୍ରେସନରେ ସାମିଲ ହୋଇ ନାଚିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଦେଶ ଲେଭଲ-୧ ଆଲର୍ଟରୁ ଆଗକୁ ବଢିବ। ପ୍ରାୟ ୫୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ମୋଟ ୧୧୫୪ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ୨୨ଜଣ ଲୋକ ମୃତ୍ୟୁବରଣ କରିଥିଲେ। ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ପାଖାପାଖି ୭୧ ଲକ୍ଷରେ ପହଞ୍ଚିଛି। ଏହି ଭୂତାଣୁରେ ପ୍ରାୟ ୪.୦୪ ଲକ୍ଷ ଲୋକଙ୍କ ମୃତ୍ୟୁ ହେଲାଣି।

Share