Categories: ଖେଳ

ନାଚିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସେ ଭାରତୀୟ ଦଳର ପୂର୍ବତନ ଲେଗ୍‌ ସ୍ପିନର ହରଭଜନ ସିଂଙ୍କ ସହ ନାଚୁଥିବାର ଦେଖାଯାଇଛି। ଏକ କୁଇଜ୍‌ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ଗାଙ୍ଗୁଲିଙ୍କୁ ଡ୍ୟାନ୍ସ କରିବା ପାଇଁ ବାଧ୍ୟ କରିଥିଲେ ହରଭଜନ। ତାଙ୍କ କଥାକୁ ନ କାଟିପାରି ଦାଦା ସେନୋରିଟା ଗୀତରେ ନୃତ୍ୟ କରିଥିଲେ। କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଗାୟିକା ଉଷା ଉଥୁପ୍‌ ଗୀତଟିକୁ ଗାଇବା କ୍ଷଣି ଗାଙ୍ଗୁଲି ନାଚିବାକୁ ଆରମ୍ଭ କରିଥିଲେ। ତାଙ୍କୁ ସହାୟତା ଦେଇଥିଲେ ହରଭଜନ। ଏହି କାର୍ଯ୍ୟକ୍ରମରେ ବିରେନ୍ଦ୍ର ସେହ୍ବାଗ, ଭିଭିଏସ୍‌ ଲକ୍ଷ୍ମଣ, ମହମ୍ମଦ କୈଫ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଜରିନ ଖାନ ପ୍ରମୁଖ ନଜର ଆସିଥିଲେ।

Share