Categories: ଖେଳ

ନାଜମୁଲ, ମୋମିନୁଲଙ୍କ ଅର୍ଦ୍ଧଶତକ

ଢାକା,୨୩ା୨(ଏଏଫ୍‌ପି): ଢାକାଠାରେ ଖେଳାଯାଉଥିବା ଜିମ୍ବାଓ୍ବେ ବିପକ୍ଷ ଏକମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ନାଜମୁଲ ହୋସେନ ଏବଂ ମୋମିନୁଲ ହକ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ବାଂଲାଦେଶ ନିଜ ସ୍ଥିତିକୁ ସୁଦୃଢ କରିନେଇଛି। ନାଜମୁଲ ୧୩୯ ବଲ୍‌ରୁ ୭୧ ରନ କରିଥିବାବେଳେ ମୋମିନୁଲ ୭୯ ରନରେ ଅପରାଜିତ ରହିଛନ୍ତି। ବାଂଲାଦେଶ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ ବିନିମୟରେ ୨୪୦ରନ କରିଛି। ଜିମ୍ବାଓ୍ବେର ପ୍ରଥମ ଇନିଂସ ସ୍କୋରଠାରୁ ଦଳ ଆହୁରି ୨୫ ରନ ପଛୁଆ ରହିଛି। ରବିବାର ଓପନିଂ ସେସନରେ ଜିମ୍ବାଓ୍ବେ ଦଳ ପୂର୍ବଦିନର ଅସମାପ୍ତ ସ୍କୋର ୨୨୮/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ୨୬୫ ରନରେ ଅଲଆଉଟ ହୋଇଯାଇଥିଲା। ବାଂଲାଦେଶୀ ପେସ୍‌ ବୋଲର ଅବୁ ଜାୟେଦ ତାଙ୍କ କ୍ୟାରିୟର ଶ୍ରେଷ୍ଠ ବୋଲିଂ କରି ୭୧ ରନ ବିନିମୟରେ ୪ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଜିମ୍ବାଓ୍ବେ ପ୍ରଥମ ଇନିଂସ: ୨୬୫/ଅଲଆଉଟ (କ୍ରେଗ୍‌ ଏର୍ଭିନ-୧୦୭, ପ୍ରିନ୍ସ ମାସ୍‌ଭାରେ-୬୪, ରେଗିସ୍‌ ଚକଓ୍ବା-୩୦; ଆବୁ ଜାୟେଦ-୪/୭୧, ନୟିମ୍‌ ହସନ-୪/୭୦, ତାଇଜୁଲ ଇସ୍‌ଲାମ-୨/୯୦)।
ବାଂଲାଦେଶ ପ୍ରଥମ ଇନିଂସ: ୨୪୦/୩ (ମୋମିନୁଲ ହକ୍‌-୭୯*, ନାଜମୁଲ ହୋସେନ-୭୧, ତମିମ ଇକ୍‌ବାଲ-୪୧; ଭିକ୍ଟର ନ୍ୟାୟୁଚି-୧/୪୧)।

Share