Categories: ଜାତୀୟ

ନାଟକୀୟ ଢଙ୍ଗରେ ପୁଣିଥରେ କଂଗ୍ରେସରେ ଯୋଗଦେଲେ ବସନ୍ତ କୁମାର

ନୂଆଦିଲ୍ଲୀ,୫।୧୨: ମହାରାଷ୍ଟ୍ର ପରେ ଏପେ ପୁଣିଥରେ କର୍ନାଟକରେ ରାଜନୀତି ଡ୍ରାମା ଆରମ୍ଭ ହୋଇଯାଇଛି। ଦୁଇଦିନ ପୂର୍ବରୁ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା କର୍ପୋରେଟର ଆର୍‌. ବସନ୍ତ କୁମାର ପୁଣିଥରେ ନାଟକୀୟ ଢଙ୍ଗରେ କଂଗ୍ରେସକୁ ଫେରିଛନ୍ତି। କର୍ନାଟକ କଂଗ୍ରେସର ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ କର୍ପୋରେଟର ବସନ୍ତ କୁମାରଙ୍କୁ କଂଗ୍ରେସରେ ସ୍ଥାନ ଦେଇଥିବ ପ୍ରକାଶ କରିଛନ୍ତି। ଏହାପରେ ବସନ୍ତ କହିଛନ୍ତି ମୋତେ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନେଇ ଭାଜପାରେ ସାମିଲ କରାଯାଇଥିଲା। ଏହି ଘଟଣାକୁ ନେଇ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ କହିଛନ୍ତି ଏଥିରୁ ଭାଜପା ଜାଣି ରଖିବା ଦରକାର ସେ କେଉଁଭଳି ରାଜନୀତି କରୁଛି। ଭାଜପାର ନିଜ ନେତାଙ୍କ ଉପରେ ଭରସା ନ ଥିବାରୁ ସେ ଅନ୍ୟମାନଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଛି।

Share