ମେଲବୋର୍ନ,୨୯।୧- କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରାଫାଲ ନାଡାଲଙ୍କୁ ଅଷ୍ଟ୍ରେଲିଆନ ଓପନରେ ଏକ ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ସ୍ପାନିଶ କିମ୍ବଦନ୍ତୀଙ୍କୁ ବୁଧବାର ଏକ ଚେକ ପଏଣ୍ଟରେ ରୋକିଥିଲେ ଜଣେ ସୁରକ୍ଷା କର୍ମଚାରୀ। ୧୯ ଥର ଗ୍ରାଉଣ୍ଡସ୍ଲାମ ଚାମ୍ପିୟନ ନାଡାଲଙ୍କ ପ୍ରମାଣପତ୍ର ମାଗିଥିଲେ। ତେବେ ନାଡାଲ ବାହାରେ ଟ୍ରେନିଂ କରୁଥିବାରୁ ନିଜ ପାସ ଆଣି ନ ଥିବା କହିଥିଲେ। ଶେଷରେ ଅନ୍ୟ ସୁରକ୍ଷାକର୍ମୀଙ୍କ ହସ୍ତକ୍ଷେପ ପରେ ନାଡାଲଙ୍କୁ ମେଲବୋର୍ନ ପାର୍କ ମଧ୍ୟକୁ ଛଡ଼ା ଯାଇଥିଲେ। ଏହି ଘଟଣାର ଭିଡିଓ ପ୍ରସାରଣକାରୀ ଚ୍ୟାନେଲ ଇରୋସ୍ପୋର୍ଟ ଶୁଟ କରିଛି, ଯାହାକୁ ଏଟିପିର ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଏହାର କ୍ୟାପଶନରେ ଲେଖାରହିଛି, ନମ୍ବର ଓ୍ବାନ ଖେଳାଳିଙ୍କୁ ମଧ୍ୟ ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଛି।