Categories: ଜାତୀୟ

ନାଥୁରାମଙ୍କୁ ‘ଦେଶଭକ୍ତ’ କହିଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ‘ଦେଶଭକ୍ତ’ କହିଛନ୍ତି। ଲୋକ ସଭାରେ ତାଙ୍କର ଏଭଳି ମନ୍ତବ୍ୟକୁ ବିରୋଧୀ ସଦସ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏସ୍‌ପିଜି ସଂଶୋଧନ ବିଲ୍‌ ଉପରେ ଆଲୋଚନା ବେଳେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ କାହିଁକି ମାରିବା ସମ୍ପର୍କରେ ଡିଏମ୍‌କେ ସଦସ୍ୟ ଏ. ରାଜା କହିଥିଲେ। ଗଡ୍‌ସେ ଭିନ୍ନ ମତବାଦର ଥିଲେ। ସେ ଗାନ୍ଧିଜୀଙ୍କୁ ମାରିବା ପାଇଁ ନିଷ୍ପତ୍ତି ନେବାର ୩୨ ବର୍ଷ ପୂର୍ବରୁ ତାଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ। ଏକଥା ଗଡ୍‌ସେ ସ୍ବୀକାର କରିଥିବା ରାଜା କହିଥିଲେ। ଆଲୋଚନାରେ ହସ୍ତକ୍ଷେପ କରି ପ୍ରଜ୍ଞା କହିଥିଲେ, ଗଡ୍‌ସେଙ୍କ ଭଳି ଜଣେ ଦେଶଭକ୍ତଙ୍କ ଉଦାହରଣ ଆପଣ ଦେଇପାରିବେ ନାହିଁ। ବିରୋଧୀ ହୋ-ହଲ୍ଲା କରିବାରୁ ଭାଜପା ସଦସ୍ୟମାନେ ପ୍ରଜ୍ଞାଙ୍କୁ ବସିବା ପାଇଁ ପ୍ରବର୍ତ୍ତାଇଥିଲେ। ତାଙ୍କ ମନ୍ତବ୍ୟକୁ ରେକର୍ଡରେ ସ୍ଥାନ ଦିଆଯିବ ନାହିଁ ବୋଲି ବାଚସ୍ପତି କହିଥିଲେ।

Share