Categories: ଜାତୀୟ

ନାଥୁରାମ ଗଡସେଙ୍କ ସହ ମୋଦିଙ୍କୁ ତୁଳନା କଲେ ରାହୁଲ

ଓ୍ବାୟନାଡ,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। କେରଳର କାଲପେଟାରେ ସେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନରେ ସାମିଲ ହେବା ସହ ଏକ ଜନସଭାକୁ ଉଦ୍‌ବୋଧନ ଦେଇଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାଥୁରାମ ଗଡସେଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି ନାଥୁରାମ ଗଡସେ ଓ ନରେନ୍ଦ୍ର ମୋଦି ଗୋଟିଏ ବିଚାରଧାରାରେ ବିଶ୍ୱାସ କରନ୍ତି। ଏମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏହାସହ ମୋଦିଙ୍କ ପାଖରେ ମଧ୍ୟ ସେହି ସାହସ ନାହିଁ ଯେ ସେ କହିପାରିବେ ନାହିଁ ସେ ଗଡସେଙ୍କୁ ବିଶ୍ୱାସ କରନ୍ତି ବୋଲି। ଏହାସହ ରାହୁଲ ଆହୁରି ମଧ୍ୟ କହିଛନ୍ତି, ଗଡସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ କାରଣ ସେ ନିଜକୁ ବିଶ୍ୱାସ କରୁ ନ ଥିଲେ, କାହାକୁ ଭଲ ପାଉ ନ ଥିଲେ, କାହାକୁ ଖାତିର କରୁ ନ ଥିଲେ, ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ଦେଖାଯାଏ। ମୋଦି କେବଳ ନିଜକୁ ଭଲ ପାଆନ୍ତି ଓ ନିଜକୁ ବିଶ୍ୱାସ କରନ୍ତି ବୋଲି ରାହୁଲ କହିଛନ୍ତି।

Share