ନୂଆଦିଲ୍ଲୀ,୨।୬: କଂଗ୍ରେସ ପ୍ରବକ୍ତା ରଣଦୀପ ସିଂ ସୁରଜଓ୍ବୋଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଆଇଏଏସ୍ ଅଧିକାରୀ ନିଧି ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନୀଧିଙ୍କ ଭୁଲ୍ ହେଲା ସେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କର ପ୍ରଶଂସା କରିଛନ୍ତି। ସୁରଜଓ୍ବୋଲା ଟୁଇଟ୍ କରି ଏହି ମାମଲାରେ ତୁରନ୍ତ ପଦକ୍ଷେପ ନେବାକୁ ଫଡନବିଶଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ନିଧି ନିଜ ଟୁଇଟ୍ରେ ଲେଖିଥିଲେ କି, ଏବେ ସମୟ ଆସିଛି ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଦିବସରେ ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ଓ ସାରା ବିଶ୍ୱରୁ ମହାତ୍ମା ଗାନ୍ଧୀଙ୍କ ମୁର୍ତ୍ତି ହଟାଇଦେବା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ମେ’ ୭ରେ ସେ ଏହି ଟୁଇଟ୍ କରିବା ସହ ବିବାଦ ପରେ ସେ ଏବେ ଏହି ଟୁଇଟ୍କୁ ହଟାଇ ଦେଇଛନ୍ତି।