ନାବାଳକଙ୍କୁ ସାବାଳକ ଦର୍ଶାଇ କୋର୍ଟଚାଲାଣ ଘଟଣା : ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ସିପି

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : କ୍ୟାପିଟାଲ ଥାନା ପୋଲିସର ଖାମଖିତ୍ଆଲ ତଦନ୍ତ ପାଇଁ ଜଣେ ନାବାଳକ ଛାତ୍ରଙ୍କୁ ଜେଲ୍‌ ଯିବାକୁ ପଡିଛି। ସମ୍ପୃକ୍ତ ଛାତ୍ରଙ୍କ ବୟସ ୧୭ବର୍ଷ ୪ମାସ ୧୭ ଦିନ ହୋଇଥିବାବେଳେ ପୋଲିସ ଏକ ମାମଲାରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ସହ ୧୯ବର୍ଷ ବୋଲି ଦର୍ଶାଇ ଭୁଲ୍‌ ରିପୋର୍ଟ ଦାଖଲ କରିଥିଲା। ଫଳରେ କୋର୍ଟ ତାଙ୍କୁ ବିଚାରବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦେଇଥିଲେ। ଏନେଇ ରବିବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଏଥିସହ ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। କେଉଁ ପରିସ୍ଥିତିରେ ସେ ନାବାଳକଙ୍କୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କଲେ ସେସଂକ୍ରାନ୍ତ କାଗଜପତ୍ର ପ୍ରଦାନ କରିବାକୁ କୁହାଯାଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, କୌଣସି ଏକ ମାମଲାରେ ତଦନ୍ତବେଳେ ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ବୟସ, ପରିଚୟ ଆଦି ସଂକ୍ରାନ୍ତରେ ଟିକିନିଖି ଯାଞ୍ଚ କରିଥାନ୍ତି। ଏମିତି ଭୁଲ୍‌ ହେବା କଥା ନୁହେଁ। ଯଦି ଜେଲ ଯାଇଥିବା ନାବାଳକଙ୍କ ପରିବାର ଲୋକେ ମୋ ନିକଟରେ ଅଭିଯୋଗ କରନ୍ତି, ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିବ, ତେବେ ତଦନ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଭୁଲ୍‌ କରି ଦୋଷକୁ ସ୍ବୀକାର ନ କରି ସିଆଣିଆ ହେଉଛି କ୍ୟାପିଟାଲ ଥାନା ପୋଲିସ। ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଏସଂକ୍ରାନ୍ତରେ କହିଛନ୍ତି, ସେହି ପିଲା ତା’ର ବୟସ ଯାହା କହିଲା, ଆମେ ସେହି ଅନୁଯାୟୀ କେସ୍‌ କରି ଗିରଫ କଲୁ। ଆମର କ’ଣ ଭୁଲ ରହିଲା ବୋଲି ସେ ସଫେଇ ଦେଇଛନ୍ତି। ଅନ୍ୟପକ୍ଷରେ ପୋଲିସର ଏଭଳି ଭୁଲ୍‌ ପାଇଁ ପରିବାର ଲୋକେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି। ନାବାଳକଙ୍କ ମା’ ମଧ୍ୟ ସମାନ ଅଭିଯୋଗକୁ ଦୋହରାଇଛନ୍ତି, ଗତ ୩ ତାରିଖରେ ୩୦ରୁ ଊର୍ଦ୍ଧ୍ୱ ଯୁବକ ଓ ମହିଳା ତାଙ୍କ ସହ ନାବାଳକ ପୁଅକୁ ଆକ୍ରମଣ କଲେ। ପୁଅକୁ ଚିକିତ୍ସା କରାଇ ପରଦିନ କ୍ୟାପିଟାଲ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲି। ପୋଲିସ ଅଭିଯୋଗପତ୍ରକୁ ଛଡ଼ାଇ ନେଇ ଥାନାରେ ବସାଇଥିଲା। ତାଙ୍କ ଅଭିଯୋଗକୁ ଗୁରୁତ୍ୱ ନ ଦେଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମିଥ୍ୟା ଅଭିଯୋଗ ଆଧାରରେ ତାଙ୍କ ପୁଅକୁ ଗିରଫ କଲା। ପୁଣି ବାଳସୁଧାର ଗୃହକୁ ପଠାଇବା ବଦଳରେ କୋର୍ଟ ଚାଲାଣ କରିଥିଲା। ଏପରିକି ଏ ସଂକ୍ରାନ୍ତରେ ତାଙ୍କୁ ଜଣାଇ ନ ଥିଲା ବୋଲି ନାବାଳକଙ୍କ ମା’ କହିବା ସହ ଏ କି ଆଇନ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
କେବଳ ଏହି ଗୋଟିଏ ଘଟଣା ନୁହେଁ, କ୍ୟାପିଟାଲ ଥାନା ପୋଲିସ ପୂର୍ବରୁ ମଧ୍ୟ ତଦନ୍ତରେ ଅନେକ ଭୁଲ୍‌ କରିଥିବା ନଜିର ରହିଛି। ଗତବର୍ଷ କ୍ୟାପିଟାଲ ଥାନା ପୋଲିସ ଏକ ଚେନ୍‌ ଲୁଟ ମାମଲାରେ ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଗିରଫ କରିଥିଲା। ହେଲେ ଯେଉଁ ସମୟରେ ଲୁଟ୍‌ ହୋଇଥିଲା ସେହି ସମୟରେ ଉକ୍ତ ଯୁବକ ଜଣକ ଜେଲ୍‌ରେ ଥିଲେ। ଏନେଇ ଅଭିଯୋଗ ଉଠିବା ପରେ କ୍ୟାପିଟାଲ ଥାନା ପୋଲିସର ଅସଲ ଚେହେରା ପଦାରେ ପଡିଥିଲା। କେତେଜଣ ପୋଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟଧାରା ପାଇଁ କେବଳ କମିଶନରେଟ ପୋଲିସ ନୁହେଁ, ପୂରା ରାଜ୍ୟ ପୋଲିସ ବଦନାମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ସହ ତାଳଦେଇ ନୂଆ ଟେକ୍ନୋଲୋଜି ଆପଣେଇବା ଆବଶ୍ୟକ

ପ୍ରାୟ ୩ ଦଶନ୍ଧି ଧରି ଓଡ଼ିଶାର ପାଓ୍ବାର ସଲ୍ୟୁଶନ ଶିଳ୍ପରେ ଅଗ୍ରଣୀ ଅନୁଷ୍ଠାନ ଭାବେ ଏମ୍‌/ଏସ୍‌ ଲିଓଟ୍ରୋନିକ୍ସ ପାଓ୍ବାର ସିଷ୍ଟମ୍‌ ପରିଚୟ ପାଇଛି। ୧୯୯୮ରେ ଏହି...

ସାଂସଦଙ୍କ ବଢ଼ିଲା, ଆମର କେବେ:ଜୋର୍‌ ଧରିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ୱର,୨୬ା୩ (ରବିନାରାୟଣ ଜେନା):ବଜେଟ ଅଧିବେଶନ କାଳରେ ଗୃହ ସୁରୁଖୁରୁରେ ଚାଲିପାରୁ ନ ଥିବାବେଳେ ଏବେ ବିଧାୟକଙ୍କ ଦରମା ବୃଦ୍ଧି ଦାବି ଜୋର୍‌ ଧରିଛି। ମଙ୍ଗଳବାର ଦରମା...

ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦେଇନାହାନ୍ତି ୧୪ ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର,୨୬ା୩(ରବିନାରାୟଣ ଜେନା):ରାଜ୍ୟରେ ନିର୍ବାଚନ କିଭଳି ତ୍ରୁଟିପୂର୍ଣ୍ଣ ଓ ଶୃଙ୍ଖଳିତ ହେବ ସେନେଇ ମଙ୍ଗଳବାର ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର୍‌. ସନ୍ଥଗୋପାଲନ୍‌ ରାଜନୈତିକ ଦଳଗୁଡ଼ିକ...

ପାରଦ ଉପରମୁହାଁ: ୪ ଜିଲାକୁ ହିଟ୍‌ଓ୍ବେଭ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଲାଗିରହିଥିବା ବେଳେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଥିଲା। ତେବେ ମଙ୍ଗଳବାରଠାରୁ ରାଜ୍ୟର ପାରଦ...

ସର୍ବଦଳୀୟ ବୈଠକ ନିଷ୍ଫଳ, ଧାରଣାରେ ବିରୋଧୀ

ଭୁବନେଶ୍ୱର,୨୬ା୩(ରବିନାରାୟଣ ଜେନା):ଗୋଟିଏପଟେ କଂଗ୍ରେସର ଘଣ୍ଟ, କରତାଳି ମାଡ଼ ଓ ଅନ୍ୟପଟେ ବିଜେଡି ନାରାବାଜିରେ ମଙ୍ଗଳବାର କମ୍ପିଥିଲା ବିଧାନସଭା। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ...

କଂଗ୍ରେସ ବିଧାୟକଙ୍କ ନିଲମ୍ବନ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର, ୨୬ା୩(ସୁନିତ୍‌ ମିଶ୍ର):କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ବାଚସ୍ପତି ମଙ୍ଗଳବାର ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବନ କରିବା ପରେ ଏହାକୁ ନେଇ ରାଜନୀତି ତେଜିଛି।...

ବିଧାନସଭାରେ ଠେଲାପେଲା: ପୋଲିସ-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର,୨୫।୩: ବିଧାନସଭା ଆଗରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା-ପୋଲିସ। ଭିତରକୁ ଯିବାକୁ ଚାହୁଁଥିବାବେଳେ ପୋଲିସ ରୋକିବାକୁ ନେଇ କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ...

ବିଧାନସଭାରେ ଠେଲାପେଲା, ଆହତ ହେଲେ…

ଭୁବନେଶ୍ୱର,୨୫।୩: ବିଧାନସଭାରେ ସୁରକ୍ଷାକର୍ମୀ-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଲବି ଗେଟ ବନ୍ଦ କରିବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲବିକୁ ଆସୁଥିବାବେଳେ ଗୃହକୁ ପ୍ରବେଶ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image