ନାବାଳକଙ୍କ ପତ୍ତା ମିଳୁନି, ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୧୬ା୫(ସ୍ବ.ପ୍ର.): ଦୀର୍ଘ ଆଠଦିନ ହେଲା ଜଣେ ନାବାଳକ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି। ପରିବାର ଲୋକେ ଚାରିିଆଡ଼େ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିବାରୁ ପ୍ରଶାସନର ସହାୟତା ଲୋଡ଼ିଛନ୍ତି। ପ୍ରକାଶ ଯେ, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ତଳକମ୍ପଡ଼ି କୁସୁମିତା ଗ୍ରାମର ଗାରପୂର୍ତ୍ତୀଙ୍କ ପୁଅ ରେଗା ପୂର୍ତ୍ତୀ(୧୧) ଘରୁ କେଉଁଆଡ଼େ ଯାଇ ଆଉ ଫେରି ନ ଥିଲେ। ଯିବା ସମୟରେ ସ୍କୁଲ ଡ୍ରେସ ପିନ୍ଧି ବାହାରିଥିବା ପରିବାର ଲୋକେ କହିଛନ୍ତି । ଏନେଇ ପୁଅକୁ ଫେରାଇ ଆଣିବାକୁ କେନ୍ଦୁଝର ପ୍ରଶାସନ ନିକଟରେ ପରିବାରବର୍ଗ ନିବେଦନ କରିଛନ୍ତିା