ଚେନ୍ନାଇ,୧ା୮: ଚେନ୍ନାଇରେ ରହୁଥିବା ୭ ବର୍ଷର ପିଲା ପାଟିରୁ ଡାକ୍ତରମାନେ ୫୨୬ଟି ଦାନ୍ତକୁ ହଟାଇଦେଇଛନ୍ତି। ରବୀନ୍ଦ୍ରନାଥ ନାମକ ଏହି ପିଲାର ଡାହାଣ ଗାଲ ଫୁଲିବା ପରେ ଦାନ୍ତ ସମସ୍ୟା ଥିବା ପରିବାର ଲୋକେ ଭାବିଥିଲେ। ହସ୍ପିଟାଲ ନେବା ପରେ ତାଙ୍କର ତଳ ମାଢ଼ି ଭିତରେ ୫୨୬ଟି କ୍ଷୁଦ୍ର ଦାନ୍ତ ଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଏହି ଦାନ୍ତଗୁଡ଼ିକ ବାହାରକୁ ଦେଖାଯାଉ ନ ଥିଲା। ଡାକ୍ତରମାନେ ଅସ୍ତ୍ରୋପଚାର କରି ସେଗୁଡିକୁ ବାହାର କରିଛନ୍ତି। ତେବେ ତାଙ୍କର ସ୍ବାଭାବିକ ଦାନ୍ତ ଅକ୍ଷୁଣ୍ଣ ରହିଛି। ଏହି ଅସ୍ତ୍ରୋପଚାର ପାଇଁ ୫ ଘଣ୍ଟା ସମୟ ଲାଗିଥିଲା। ସବିତା ଡେଣ୍ଟାଲ କଲେଜର ଡାକ୍ତରଙ୍କ ସହ ପିଜି ଛାତ୍ରମାନେ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ। ତେବେ ଅସ୍ବାଭାବିକ ଭାବେ ଏଭଳି ଦାନ୍ତ ସୃଷ୍ଟି ହେବାର କାରଣ ସମ୍ପର୍କରେ ଡାକ୍ତରମାନେ କିଛି କହିପାରି ନାହାନ୍ତି।