ନାବାଳିକାକୁ ଅପହରଣ, ଜଣେ ଗିରଫ

ଜଗନ୍ନାଥପ୍ରସାଦ,୨୭ା୮(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୫)ଙ୍କୁ ଅପହରଣ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୧୨୯/୧୯ରେ ଏକ ମାମଲା ରୁଜୁ କରି ଭଞ୍ଜନଗରର ଚିତ୍ତରଞ୍ଜନ ପ୍ରଧାନଙ୍କୁ ଗିରଫପରେ ମଙ୍ଗଳବାର କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ନାବାଳିକାଙ୍କ ବାପା ୧୫ ତାରିଖରେ ତାଙ୍କ ଝିଅ ଘରକୁ ଫେରି ନ ଥିବା ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ କିଛିଦିନ ଧରି ଗ୍ରାମରେ ରହି ଗାଡ଼ି ଚଳାଉଥିବା ଚିତ୍ତରଞ୍ଜନଙ୍କ ଉପରେ ସନ୍ଦେହ ହୋଇଥିଲା। ତାଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇଥିଲା। ଚିତ୍ତରଞ୍ଜନ ନାବାଳିକାଙ୍କୁ ଧରି ତାଙ୍କ ଗ୍ରାମକୁ ଆସୁଥିବା ଖବର ପାଇ ପୋଲିସ ସେ ଦୁହିଁଙ୍କୁ ଧରିଥିଲା। ସୋମବାର ଉଭୟଙ୍କର ବ୍ରହ୍ମପୁର ମେଡିକାଲରେ ଡାକ୍ତରୀମାଇନା ପରେ ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରି ପୋକ୍‌ସୋ ଆକ୍ଟ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ମାଜିଷ୍ଟ୍ରେଟଙ୍କ ପାଖରେ ଧାରା ୧୬୪ରେ ନାବାଳିକାଙ୍କ ବୟାନ ରେକର୍ଡ ପରେ ବ୍ରହ୍ମପୁରସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଏସ୍‌ଆଇ ଅମ୍ବିକା ବେଣିଆ ସୂଚନା ଦେଇଛନ୍ତି।