Categories: ଗଞ୍ଜାମ

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଫୁଲବାଣୀ ଅଫିସ, ୧୭ା୭: ଖଜୁରିପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଖଜୁରିପଡା ଥାନାରେ ଅଭିଯୋଗ ହୋଇଛି ା ଲାଇନପଡା ଅଞ୍ଚଳର ଜଣେ ଯୁବକ ତାଙ୍କୁ ଜୋର ଜବରଦସ୍ତ ନେଇ ଯାଇଥିବା ଏତଲାରେ ଦର୍ଶାଯାଇଛି ା ନାବାଳିକା ଜଣକ ରଥଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ। ପରିବାର ଲୋକେ ସାହି ପଡିଶା ଓ ସମ୍ପର୍କୀୟଙ୍କ ଘରେ ତାଙ୍କୁ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ ା ତେବେ ନାବାଳିକାଙ୍କ ମାମୁ ତାଙ୍କୁ ଠାବ କରିଥିଲେ ା ମାମୁ ଓ ଭାଇ ତାଙ୍କୁ ଆଣିବାକୁ ଯାଇଥିବା ବେଳେ ଅପହରଣକାରୀ ଯୁବକ ଜଣକ ଉଭୟଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ନଚେତ ମାଡ ମରାଯିବ ବୋଲି ଧମକ ଦେଇଥିଲେ। ନାବାଳିକାଙ୍କ ଭାଇ ଏ ନେଇ ଖଜୁରିପଡା ଥାନାରେ ଗତ ୧୪ ତାରିଖରେ ଏତଲା ଦେଇଥିଲେ ା ପୋଲିସ ନଂ. ୬୧/୧୯ରେ ମାମଲା ରୁଜୁ କରିଥିଲା ା ନାବାଳିକାଙ୍କୁ ଉଦ୍ଧାର କରାଯାଇ ଘଟଣାର ତଦନ୍ତ ଚାଲିଥିବା ସଦର ଏସଡିପିଓ ଏ.କେରେକେଟା କହିଛନ୍ତି।