ନାବାଳିକାଙ୍କୁ ଅପହରଣ ଉଦ୍ୟମ, ଯୁବକ ଗିରଫ

ଭୁବନେଶ୍ୱର,୭ା୧୦:(ବ୍ୟୁରୋ): ନୟାପଲ୍ଲୀ ଥାନାଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରାଯାଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଶ୍ରୀରାମନଗରରେ ରହୁଥିବା କନ୍ଧମାଳ ଜିଲାର ସିଦ୍ଧାର୍ଥ କୁମାର ପ୍ରଧାନ(୨୫)ଙ୍କୁ ଗିରଫ କରିଛି। କେସ୍‌ ନଂ-୪୭୫/୧୯, ଆଇପିସି ଦଫା ୩୬୩, ୫୧୧, ୨୯୪, ୩୨୩, ୫୦୬ ଲଗାଇ ସିଦ୍ଧାର୍ଥଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ନାବାଳିକା ଜଣକ ଇସ୍କନ ବସ୍ତି ଅଞ୍ଚଳରେ ପରିବାର ସହ ରୁହନ୍ତି। ସିର୍ଦ୍ଧାର୍ଥ ତାଙ୍କୁ ଏକତରଫା ଭଲ ପାଇବା ସହ ବାଟରେ ପ୍ରେମ ନିବେଦନ କରି ହଇରାଣ କରୁଥିଲେ। ଗତ ୩ ତାରିଖ ସକାଳ ୯ଟାରେ ନାବାଳିକା ଘର ନିକଟରେ ଛିଡା ହୋଇଥିବାବେଳେ ଅଭିଯୁକ୍ତ ତାଙ୍କ ହାତ ଧରି ଟାଣିନେବା ସହ ଅପହରଣ ଉଦ୍ୟମ କରିଥିଲେ। ବିଫଳ ହେବା ପରେ ମାଡ଼ ମାରୁଥିଲେ। ଚିତ୍କାର ଶୁଣି ବସ୍ତିର ଲୋକେ ପହଞ୍ଚତ୍ ଅଭିଯୁକ୍ତ ସିଦ୍ଧାର୍ଥଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।

Share