Categories: ମେଟ୍ରୋ

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା : ନ୍ୟାୟ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର, ୨୪ା୬(ବ୍ୟୁରୋ) : କେନ୍ଦ୍ରାପଡା ସଦର ଥାନାଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଅପହରଣ କରିନେବା ସହ ବଳାତ୍କାର କରିଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। କିନ୍ତୁ ପୀଡିତାଙ୍କୁ ଆବଶ୍ୟକ ନ୍ୟାୟ ପ୍ରଦାନ ପାଇଁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି)ରେ ଏକ ପିଟିଶନ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ପୀଡିତାଙ୍କୁ ୪ ସପ୍ତାହ ମଧ୍ୟରେ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ତାଙ୍କ ପିଟିଶନରେ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ, ନାବାଳିକା ଜଣକ ସ୍ଥାନୀୟ ହାଇସ୍କୁଲରେ ପାଠ ପଢନ୍ତି। ସେ ସ୍କୁଲ୍‌ରୁ ଘରକୁ ଫେରିବା ସମୟରେ ଜଣେ ସମ୍ପର୍କୀୟ ଭାଇ ବାଇକ୍‌ରେ ପହଞ୍ଚତ୍ ତାଙ୍କୁ ଘରେ ଛାଡ଼ି ଦେବାକୁ କହିଥିଲେ। ନାବାଳିକା ବାଇକ୍‌ରେ ବସିବା ପରେ ଅଭିଯୁକ୍ତ ତାଙ୍କୁ ଅପହରଣ କରି ନେଇ ଏକ ନିଛାଟିଆ ସ୍ଥାନରେ ବଳାତ୍କାର କରିଥିଲେ।

Share