Categories: ଗଞ୍ଜାମ

ନାବାଳିକାଙ୍କୁ ଅପହରଣ, ବଳାତ୍କାର ମାମଲା : ହାଇଦ୍ରାବାଦରୁ ଅଭିଯୁକ୍ତ ଗିରଫ

ଛତ୍ରପୁର,୧୨ା୭(ଡି.ଏନ.ଏ): ନାବାଳିକାଙ୍କୁ ଅପହରଣ ଓ ପରେ ବଳାତ୍କାର କରିବା ମାମଲାର ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ସ୍ଥାନୀୟ ଅଞ୍ଚଳର ବାବୁଲି ସେଠୀ। ଗୁରୁବାର ତାଙ୍କୁ ବ୍ରହ୍ମପୁରସ୍ଥିତ ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି। ଛତ୍ରପୁର ଅଞ୍ଚଳର ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ବାପା ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୧୦୨/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ପରେ ହାଇଦ୍ରାବାଦରୁ ଅଭିଯୁକ୍ତ ବାବୁଲିଙ୍କ ସହ ଅପହୃତା ନାବାଳିକାଙ୍କୁ ଛତ୍ରପୁର ପୋଲିସ ଉଦ୍ଧାର କରିଛି। ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ଏଥିସହ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ୧୬୪ ଧାରାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିବା ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।