Advertisement

ନାବାଳିକାଙ୍କୁ ଆମ୍ବ ଦେବାକୁ କହି ଘରୁ ଡାକିନେଇ ବଳାତ୍କାର: ଅଭିଯୁକ୍ତ କୋର୍ଟଚାଲାଣ

ବୈପାରିଗୁଡ଼ା, ୨୭।୪(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଘଟଣାରେ କୋରାପୁଟ ଜିଲା ବୈପାରିଗୁଡା ପୋଲିସ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ଉମୁରିଆଗୁଡା ଗ୍ରାମର ଘେନୁ ପରଜା (୨୩)।
ପ୍ରକାଶ ଯେ, ଗତ ୨୫ ତାରିଖରେ ବୈପାରିଗୁଡ଼ା ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକା ଘରେ ଏକା ଥିବା ବେଳେ ଘେନୁ ତାଙ୍କୁ ଆମ୍ବ ଦେବାକୁ କହି ନିଜ ଘରକୁ ଡାକି ନେଇଥିଲେ। ସେଠାରେ ସେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଘଟଣା ବିଷୟରେ ନାବାଳିକାଙ୍କ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ଅଂଶୁମାନ ଦ୍ୱିବେଦୀ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share