ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ପୁଣି ଜଣେ ଗିରଫ, ଚିହ୍ନଟ ହେଲା ପୋଲିସ କ୍ୱାର୍ଟର୍ସ

ପୁରୀ ଅଫିସ,୨।୧୨: ପୋଲିସ କ୍ୱାର୍ଟର୍ସରେ ଜନୈକା ନାବାଳିକାଙ୍କୁ ଗଣବଳତ୍କାର ମାମଲାରେ ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଆଉ ଜଣକଙ୍କୁ ଗିରଫ କରିଛି। ଗିରଫଙ୍କ ସମ୍ପର୍କରେ ପୋଲିସ କୌଣସି ସୂଚନା ପ୍ରଦାନ କରିନାହିଁ। ଏହି ଘଟଣାରେ ବହିଷ୍କୃତ ପୋଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଗତକାଲି ରାତିରେ ପୀଡିତା ଏସପି, ଡିଆଇଜଙ୍କ ସହିତ ସମ୍ପୃକ୍ତ କ୍ୱାର୍ଟର୍ସରେ ପହଞ୍ଚତ୍ ଚିହ୍ନଟ କରିଥିଲେ। ଏହି କ୍ୱାର୍ଟର୍ସ(ପି-୧୦୫) ତାଙ୍କ ସ୍ତ୍ରୀ ନାମରେ ରହିଛି। ସେ ବ୍ରହ୍ମଗିରି ଥାନାରେ କନେଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି। ଅନ୍ୟପକ୍ଷେ ପୀଡିତାଙ୍କ ମା’ବାପା ମଧ୍ୟ ସେଠାରେ ପହଞ୍ଚତ୍ଛନ୍ତି। ବାସେଲି ସାହି ଥାନାରେ ପୀଡିତାଙ୍କ ପରିବାର ସହ ପୋଲିସ ଜେରା କରୁଛି।
ମିିଳିଥିବା ସୂଚନା ଅନୁଯାୟୀ, ନାବାଳିକା କାକଟପୁର ଯିବା ଲାଗି ନିମାପଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ବସଷ୍ଟାଣ୍ଡ ଫାଙ୍କା ରହିଥିଲା। ଏହି ସମୟରେ ଜଣେ ବ୍ୟକ୍ତି କାରରେ ଆସି ତାଙ୍କ ନିକଟରେ ପହଞ୍ଚତ୍ଥିଲେ। ଏଠି କାହିଁକି ଏକାକି ଠିଆ ହୋଇଛନ୍ତି ବୋଲି ପଚାରିଥିଲେ। ପୀଡିତା ସନ୍ଦେହ କରିବାରୁ ସେ ନିଜକୁ ପୋଲିସ ବୋଲି ପରିଚୟ ଦେଇ ପରିଚୟ ପତ୍ର ଦେଖାଇଥିଲେ। ତାଙ୍କୁ କାକଟପୁରରେ ଛାଡିଦେବେ ବୋଲି କହିଥିଲେ। ଯୁବତୀ ପୋଲିସ ପରିଚୟ ପାଇବା ପରେ ତାଙ୍କ ଉପରେ ଭରସା କରି କାରରେ ବସିଥିଲେ। ଏହି ସମୟରେ କାର ଭିତରେ ଅନ୍ୟ ୩ ଜଣ ଯୁବକ ବସିଥିଲେ। ସେମାନେ ତାଙ୍କୁ କାକଟପୁର ନେବା ପରିବର୍ତ୍ତେ ଝାଡେଶ୍ୱର ଛକସ୍ଥିତ ପୋଲିସ କଲୋନୀସ୍ଥିତ ଏକ କ୍ୱାର୍ଟର୍ସକୁ ଆଣିଥିଲେ। ସେଠାରେ ତାଙ୍କୁ ଗଣବଳାତ୍କାର କରିଥିଲେ। ପୀଡିତା ସେଠାରୁ କୌଶଳ କ୍ରମେ ଖସି ଆସି କୁମ୍ଭାରପଡା ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅଘଟଣ ଆଶଙ୍କାରେ ଥାନାରେ ୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।

Share