Categories: ଜାତୀୟ

ନାବାଳିକାଙ୍କୁ ଗଣବଳାତ୍କାର

ଲକ୍ଷ୍ନୌ, ୧୯।୧୨(ପି.ଟି.): ଉତ୍ତରପ୍ରଦେଶର ମୁଜାଫର୍‌ପୁର ଜିଲାରେ ଜଣେ ନାବାଳିକା(୧୬)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନଓ୍ବାଲା ଗ୍ରାମରେ ୩ ଯୁବକ ଏଭଳି କାଣ୍ଡ ରଚିଥିବା ପୋଲିସ କହିଥିବାବେଳେ ଜଣେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଙ୍କୁ ଗିରଫ କରାଯାଇଛି। ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି। ଗଣବଳାତ୍କାର କରିଥିବା ଯୁବକମାନେ କାହାରି ଆଗରେ ଘଟଣା ସମ୍ପର୍କରେ ପ୍ରକାଶ କଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିବା ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି। ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିବା ଲାଗି ପ୍ରୟାସ କରାଯାଉଛି।

Share