ନାବାଳିକାଙ୍କୁ ଗଣବଳାତ୍କାର: ୩ କୋର୍ଟଚାଲାଣ, ସୁଧାର ଗୃହ ଗଲେ ନାବାଳକ

ଫୁଲବାଣୀ ଅଫିସ, ୨୫ା୧୨- ଖଜୁରିପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଛି। ଏହି ଘଟଣାରେ ଅଟକ ଥିବା ୩ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି। ଗିରଫ ଯୁବକମାନେ ହେଲେ ସଦର ଥାନା ଅନ୍ତର୍ଗତ ଲୁହୁରୁବାଲି ଗ୍ରାମର ଅଜିତ ଦିଗାଲ, ମନୋଜ ବେହେରା ଓ ବିରଞ୍ଚି ସୁନା। ପୋଲିସ ସୂଚନା ଅନୁସାରେ, ୪ ଦିନ ତଳେ ନାବାଳିକା ଜଣକ ଏକ ଭୋଜିକୁ ଯାଇ ଫେରିବା ବେଳେ ବାଟରେ ନାବାଳକଙ୍କ ସମେତ ଅଜିତ୍‌, ମନୋଜ ତାଙ୍କୁ ଅପହରଣ କରି ଏକ ବାଇକ୍‌ରେ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ନାବାଳିକାଙ୍କୁ ବଳାତ୍କାର କରି ଗ୍ରାମକୁ ନେଇ ଯାଇଥିଲେ। ଏହି କାର୍ଯ୍ୟରେ ବିରଞ୍ଚି ସେମାନଙ୍କୁ ସହଯୋଗ କରିଥିଲେ। ପରିବାର ଲୋକେ ଝିଅକୁ ଘଟଣା ପରଦିନ ଗ୍ରାମରୁ ଉଦ୍ଧାର କରି ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ନଂ.୧୧୬/୧୯ରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି।

Share