ନାବାଳିକାଙ୍କୁ ତିନିଦିନ ଧରି ଗଣବଳାତ୍କାର

ଗୋପ,୯।୭(ଡି.ଏନ୍‌.ଏ.): ଗୋପ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନିଜଣ ଯୁବକ ଗୋଟିଏ ଘରେ ରଖି ଗଣବଳାତ୍କାର କରିଥିବା ଘଟଣା ଏବେ ପଦାକୁ ଆସିଛି। ପ୍ରାୟ ମାସେ ପରେ ଏହି ଘଟଣା ଜଣାପଡିବାରୁ ଗୋପ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତମାନେ ଜନୈକା ନାବାଳିକାଙ୍କୁ ତିନିଦିନ ପର୍ଯ୍ୟନ୍ତ ବଳାତ୍କାର କରିବା ପରେ ଛାଡିଦେଇଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ୩ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହିଁ। ଅନ୍ୟପକ୍ଷେ ସୋମବାର ତଦନ୍ତକାରୀ ଅଧିକାରୀ ପୀଡ଼ିତାଙ୍କୁ ନିମାପଡ଼ା କୋର୍ଟରେ ହାଜର କରାଇ ବୟାନ ରେକର୍ଡଭୁକ୍ତ କରିଥିବା ଜଣାପଡ଼ିଛି। ଏପରି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ଗଣମାଧ୍ୟମକୁ ଲୁଚାଇ ରଖିବା ପଛରେ କି ରହସ୍ୟ ରହିଛି ତାହା ଏବେ ତଦନ୍ତ ସାକ୍ଷେପ ହୋଇପଡ଼ିଛି।
ପ୍ରକାଶ ଯେ, ଗତ ୧୬ ତାରିଖ ଦିନ ସନ୍ଧ୍ୟା ୭ଟାରେ ଏହି ଥାନା ତଥା ନୟାହାଟ ଫାଣ୍ଡୀ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କଳାବୁଦା ସାମିଲି ଅଲଣା ଗ୍ରାମର ସାଗର ପାତ୍ର, ଦୁଃଶାସନ ଓ ଅନ୍ୟ ଜଣେ ବାଲିଦଣ୍ଡା ଗ୍ରାମର ଗିରିଧାରୀ ନାୟକ ଅପହରଣ କରିଥିଲେ। ପରେ ଫାଣ୍ଡି ଅଧୀନ ନୂଆମଠ ନିକଟ ଏକ ଘରେ ରଖି ୩ ଦିନ ଧରି ଗଣବଳାକତ୍ାର କରିଥିଲେ। ୧୮ ତାରିଖ ରାତି ୧୦ଟାରେ ନାବାଳିକାଙ୍କୁ ଗୋଟିଏ ବାଇକ୍‌ରେ ଆଣି ତାଙ୍କ ଗାଁ ନିକଟ ଏକ ଛକରେ ଛାଡ଼ି ଫେରାର ହୋଇଯାଇଥିଲେ। ପୀଡ଼ିତା ଜଣଙ୍କ ବହୁ କଷ୍ଟରେ ଘରେ ପହଞ୍ଚତ୍ ଏ ସମ୍ପର୍କରେ ପରିବାର ସଦସ୍ୟଙ୍କୁ କହିବା ପରେ ତାଙ୍କ ଭାଇ ୨୭ତାରିଖ ପୂର୍ବାହ୍ନରେ ଥାନାରେ ଅଭିଯୋଗ ଦେଇଥିଲେ। ଆହୁରି ଅଭିଯୁକ୍ତମାନେ ବଳାକତ୍ାର ସମୟର ମୋବାଇଲ୍‌ରେ ଫଟୋ ଉଠାଇ ଭାଇରାଲ କରିଦେବୁ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗ ପରେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏହି ଅଭିଯୋଗକ୍ରମେ ପୋଲିସ ନଂ ୮୬/୧୯ରେ ମାମଲା ରୁଜୁ କରିଥିଲେ। ତେବେ ପୋଲିସ କେବଳ ମାମଲା ରୁଜୁ କରି ରହିଯାଇଥିବାବେଳେ ସୋମବାର ପୀଡ଼ିତାଙ୍କୁ ବୟାନ ରେକର୍ଡ ପାଇଁ କୋର୍ଟକୁ ନେବାବେଳେ ଘଟଣା ପଦାକୁ ଆସିଥିଲା। ଘଟଣାକୁ ମାସେ ବିତିଯାଇଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏପରି କି ଅଭିଯୁକ୍ତ ବ୍ୟବହାର କରିଥିବା ବାଇକ୍‌କୁ ମଧ୍ୟ ଜବତ କରିପାରିନାହିଁ। ଏ ସମ୍ପର୍କରେ ଗୋପ ଥାନାଧିକାରୀ ଦିଲୀପ କୁମାର ସ୍ବାଇଁ କୁହନ୍ତି, ଗଣବଳାତ୍କାର ଘଟଣା ଘଟିଛି। ଏହାର ତଦନ୍ତ ଚଜାରି ରହିଥିବାବେଳେ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

Share