ନାବାଳିକାଙ୍କୁ ଧମକ ଦେଇ ଯୁବକ ଗିରଫ

ଯୋଡ଼ା,୧୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନାନୁଯାୟୀ, ଜୁରୁଡି ଅଞ୍ଚଳର ରବିନ ମହାନ୍ତ ନାମକ ଜଣେ ଯୁବକ ଜଣେ ନାବାଳିକାଙ୍କୁ ଫୋନ୍‌ ମାଧ୍ୟମରେ ହଇରାଣ ହରକତ କରିବା ସହିତ ଫଟୋ ଭାଇରାଲ୍‌ କରିବାର ଧମକ ଦେଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏନେଇ ଏକ ମାମଲା (ନଂ.୭୪/୨୦) ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।