Categories: ଗଞ୍ଜାମ

ନାବାଳିକାଙ୍କୁ ବଳାକତ୍ାର ଘଟଣା:ଅଭିଯୁକ୍ତଙ୍କୁ ପାଉନି ପୋଲିସ

ଚିକିଟି,୧୭ା୯(ଡି.ଏନ.ଏ.): କେ.ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାକତ୍ାର ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ୨ମାସରୁ ଉର୍ଦ୍ଧ୍ୱ ଦିନ ପରେ ବି ଗିରଫ କରିପାରିନି। ଏପଟେ ଗତ ସପ୍ତାହକ ତଳେ ନାବାଳିକା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ା ନାବାଳିକାଙ୍କୁ ଅଭିଯୁକ୍ତ ଯୁବକ ଜଣକ ପ୍ରଲୋଭିତ କରି ବଳାକତ୍ାର କରିଥିଲେ ା କିଛିଦିନ ପରେ ନାବାଳିକା ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ମେଡିକାଲ ନେବାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା ା ଏ ସମ୍ପର୍କରେ ପରିବାର ପକ୍ଷରୁ ସମ୍ପୃକ୍ତ ଯୁବକଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଧମକ ଦେଇ ମାମଲା ଚପାଇବାକୁ ଚେଷ୍ଟା କରିଥିଲେ ା ତେଣୁ ବାଧ୍ୟ ହୋଇ ନାବାଳିକାଙ୍କ ପରିବାର ଲୋକେ ଜୁଲାଇ ୨ ତାରିଖରେ ନୂଆପଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ସେବେଠାରୁ ଅଭିଯୁକ୍ତ ଫେରାର ଅଛନ୍ତି। କେ.ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ କହିଛନ୍ତି, ଅଭିଯୁକ୍ତ ରାଜ୍ୟ ବାହାରକୁ ଚାଲିଯାଇଛନ୍ତିି ା ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।