ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଧାମନଗର,୧୨।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ନାବାଳିକା ଜଣକ ଟ୍ୟୁସନରୁ ଫେରୁଥିବା ବେଳେ ଉକ୍ତ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଏକୁଟିଆ ପାଇ ନିକଟସ୍ଥ ଜଙ୍ଗଲକୁ ନେଇ ବଳାତ୍କାର କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।